सदस्य:TRUPTI/प्रयोगपृष्ठ
ଓଡିଆ କବିତା
ପ୍ରେମ ୧
ପ୍ରେମ ର ନାହିଁଟି ଦିବସ ନିରତେ ପ୍ରବାହିତ ସତ୍ୟ
ପ୍ରେମ ଟି ନିର୍ମଳ ତଟିନୀ ପରୋପକାରେ ନିର୍ଝରିଣୀ
ପ୍ରେମ ନଦେଖେ ସ୍ୱାର୍ଥ ତାର ବିଶ୍ୱ ପାଇଁ ତା ସମର୍ପଣ
ପ୍ରେମ ନଖୋଜେ ଦେହ ଭୋଗ ଓଠ କୋମଳ ଉଷ୍ମ ସ୍ପର୍ଶ
ପ୍ରେମ ନୁହଇ ନାରୀ ଦେହ ଅବା ପୁରୁଷ ଅଂଗ ଭୋଗ
ନୁହଇ ସେହୁ ପ୍ରସ୍ତାବନ ଅଥବା ବାସନା ମୋଉନ
ନୁହଁ ସେ ଏକାନ୍ତରେ ଭୋଗ ଲମ୍ପଟ ଭାବ ଏ ବିଚାର
ନୁହଇଁ ଘରୁ ପଳାୟନ ଦୋଚାରୁଣୀ ର ସମାନ
ଏକୁଁ ଅଧିକ ଭୋଗ ପୁଣ ଏମନ୍ତ ବେଶ୍ୟା କର୍ମ ଜାଣ
ଅଲଜ୍ୟା ପିରତୀ ନୁହଁଇ ଜେସନେ ପାଶବ ରମଈ
ନୁହଁଇ ଏ ଆମ ସଂସ୍କୃତି ପଶ୍ଚିମ ଭୂମି ରୁ ଆସିଛି
ବିଦେଶୀ କୂଟ ଏ ଭିଆଣ ଭାରତ କୃତି ବିନଶେଣ
ଅଛି ପଶ୍ଚିମ ଯେତେ ଦେଶ ଭୟ ପାଆନ୍ତି ଏ ଭାରତ
ବୀର ଯେ ଶୂର ପ୍ରଶବିନୀ ଅଭୟ ମୁକତି ଦୟିନୀ
ତାହାର କୋଳୋ ଯୁଗେ ଯୁଗେ ନୁହଇ ବୀର ଶୁନ୍ୟ କେବେ
ଜ୍ଞାନର ପ୍ରଦୀପ ଜଳାଇ ସଂସାରେ ଆଲୋକ ଦିଅଇ
ଅଦୈତ୍ୟ ଭାରତ ଶକତି ରଖନ୍ତି ହୃଦେ ତା ସନ୍ତତି
ଉତ୍କଳେ ଜୟୀ ରାଜଗୁରୁ ପଂଜାବେ ଭଗତ ଟି ଗରୁ
ଲକ୍ଷ୍ମୀ ବାଇ ଯେ ଅଟେ ନାରୀ ଥରାଏ ଆମ ହୃଦତନ୍ତ୍ରୀ
ଏଣୁ ଭାରତ ମୁକ୍ଷ ବଳ ନସିବେ ମାନବ ସମ୍ବଳ
କରିଲେ କୂଟ କୋଉଶଳ ଜ୍ଞାନ କୁ ନାସିବେ ସକଳ
ନିଜ ସଂସ୍କୃତି ଦେବେ ଭରି ମନ ପଶ୍ଚିମ ଭାବ କରି
ଉପରୁ ଭାରତ ଶରୀର ଭିତରୁ ପଶ୍ଚିମୀ ପ୍ରଭାବ
ଏମନ୍ତେ କୂଟ ଦେଲେ ଭରି ନୁତନ ଶିକ୍ଷା ନୀତି କରି
ଭାରତ ସ୍ବାଧିନ ହୋଇଲା ହେଲେ ଏ ନୀତି ଟି ନଗଲା
ଆପଣା ଜ୍ଞାନ ଅଗୋଚର ଦେଶ ଭକ୍ତିଟି ହେଲା ଲୀନ
ତର୍ଜମା ବିକାଶ ଅଭାବେ ରୁଗ୍ନ ହୋଇଲେ ଶାସ୍ତ୍ର ଯେତେ
ପଶ୍ଚିମା ପ୍ରେମ ବିକଶିଲା ତରୁଣ ଦେହ ଥରାଇଲା
ଗୋ ମାତା ହେଲେ ପଶୁ ମାତ୍ର ମାତୃ ଭୂମି ଯେ ମାଟି ମାତ୍ର
ଜ୍ଞାନ ର ଉଧତ ତାଣ୍ଡବ ପୁତ୍ର ନ କରେ ଗୃହ କର୍ମ
ମାତୃ ଭାଷା କୁ ଅପମାନ କରେ ସେ ପାମର ଅଧମ
ନ ବୁଝି ଅମ ମିତ୍ର ଯେତେ ପଶ୍ଚିମ ସଂସ୍କୃତି ଆଚାରେ
ନଜାଣି ନିଜ ଶାସ୍ତ୍ର ମାନ ହୀନ ଜନକୁ ପୁଜେ ପୁଣ
ସିଂହର ଛୁଆ ମେଢ଼ା ପଲେ ଜେସନେ ନିଜକୁ ଭୁଲାଏ
ସେପରି ନିଜକୁ ଭୁଲାଇ ବିଜାତି ଚରଣେ ପଡଇ
ଏବେ ହୋ ଏକ ଚିତ୍ତେ ଶୁଣ ପ୍ରେମ ଦିବସେ ତୁ ନପାଳ
ଏ ଭୂମି କର୍ମମୟ ଅଟେ ଭୋଗ ସନ୍ଧାନ ଏଠି ନୋହେ
ଦଧୀଚୀ ମୁନୀ କରେ ତ୍ୟାଗ ବିଶ୍ବର କଲ୍ୟାଣ ନିମିତ୍ତ
ଏଦେଶେ ସାଧୁ ଭୋଗୋ ତେଗେ ଜଗତ କଲ୍ୟାଣ ନିମନ୍ତେ
ଆମେ ଅଟନ୍ତି ତା ସନ୍ତାନ ସଂସାରେ ମୁନୀ ପ୍ରାୟ ଜାଣ
ଜୀବନ ଅଟେ ସୁତା ଖିଅ ଅନୁଶାସନ ତାର ମୂଳ
ପ୍ରେମ ଯେ ଅଟଇ ବିଛେଦ ମିଳନ ମାତ୍ରେ କାମ ଜାତ
କାମ ପ୍ରଭାବେ ହୀନ ମନ ନାଶ ହୁଅନ୍ତି ଦେବ ଜାଣ
ଚରିତ୍ର ଯେବେ ନାଶ ହୁଏ ଆଉ ଜୀବନ ନ ଯୋଗାଏ
ଏବେ ହୋ ଶୁଣ ମୋ ବଚନ ସ୍ଥିର କରିଣ ପଂଚମନ
ଛାଡ ଏ ବିଜାତି ପିରତୀ ଆପଣା ଜ୍ଞାନ ପୁଣି ଖୋଜି
ଯଶରେ ବଳାଅ ହେ ମନ ବାସନା କରିଣ ଆୟତ୍ତ
ବିଦେଶୀ କୂଟ ଭେଦ କରି ଆପଣା କର୍ମକୁ ଆଚରି
ଦେଶ ପ୍ରେମର ବହ୍ନି ଜାଳି କୀର୍ତ୍ତି ଶିଖରେ ସ୍ଥାପ ନେଇ ଓଡିଆ କବିତା
ଓଡିଆ ସାହିତ୍ୟ